Web Mail | RTI | BE-CIP | Contact Us | Election Commission of India | Voter Helpline |English

 

ଓଏମ୍‍ସିର ନୂତନ ପ୍ରକଳ୍ପ

ବିଗତ କିଛିବର୍ଷ ଧରି ଉତ୍ତମ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ଫଳରେ ଓଏମ୍‍ସି ଲାଗି ନୂତନ ପ୍ରକଳ୍ପ ସକାଶେ ପୁଞ୍ଜି ଆକର୍ଷଣର ସୁଯୋଗ ସୃଷ୍ଟି ସହିତ ଦୀର୍ଘମିଆଦୀ ଭିତ୍ତିରେ ଭଲ ପ୍ରଦର୍ଶନର ସୁଯୋଗ ସୃଷ୍ଟି କରିଛି ।

ଯୌଥ ପ୍ରକଳ୍ପ :
ଓଏମ୍‍ସି ଏହାର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଲାଗି ନିଷ୍ପତ୍ତି କରିବା ସହିତ କୋଇଲା, ବକ୍ସାଇଟ୍‍ ଉତ୍ତୋଳନ ସହିତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରବେଶ ଲାଗି ସ୍ଥିର କରିଛି । ସଂଖ୍ୟାଧିକ ଯୌଥ କମ୍ପାନୀ ପ୍ରତିଷ୍ଠା କରାଯିବା ଲାଗି ପ୍ରକ୍ରିୟା ଜାରି ରହିଛି ।

ନିଜସ୍ୱ ପ୍ରକଳ୍ପ :
ଏହି ପ୍ରକଳ୍ପ ଗୁଡିକ ଓଏମ୍‍ସି ଅଧିନରେ ଥିବାବେଳେ ନିଗମ ବର୍ତ୍ତମାନ ତାହାର ପ୍ରଦର୍ଶନ ସ୍ଥିତି ବଢାଇବାରେ ଲାଗିଛି ।

ନିଗମର ଯୌଥ ପ୍ରକଳ୍ପ ଏବଂ ନିଜସ୍ୱ ପ୍ରକଳ୍ପ ଗୁଡିକ ସଂକ୍ରାନ୍ତରେ ନିମ୍ନରେ ଉଲ୍ଲେଖ କରାଗଲା ।

1.ବୈତରଣୀ-ପଶ୍ଚିମ କୋଇଲା ଖଣି :

•ତାଳଚେର କୋଇଲା କ୍ଷେତ୍ର, ଅନୁଗୁଳ (ଓଡିଶା)ରେ ଅବସ୍ଥିତ ବୈତରଣୀ-ପଶ୍ଚିମ କୋଇଲା ଖଣିର ବିକାଶ ପାଇଁ ତା ୨୪/୦୮/୨୦୧୬ ରିଖରେ ଓଡିଶା ଖଣି ନିଗମ ଲିଃ ଏବଂ ମନୋନୀତ ଅଧିକାରୀ, କୋଇଲା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ମଧ୍ୟରେ ଏକ ଆବଣ୍ଟନ ଚୁକ୍ତିନାମା କାର୍ଯ୍ୟକାରୀ ହୋଇଛି ।

•କୋଇଲା ମନ୍ତ୍ରଣାଳୟ , ଭାରତ ସରକାର ବୈତରଣୀ-ପଶ୍ଚିମ କୋଇଲା ଖଣିକୁ ତା ୨୯/୦୯/୨୦୧୬ ରିଖରେ ଓଡିଶା ଖଣି ନିଗମ ଲିଃ ସପକ୍ଷରେ ଆବଣ୍ଟନ କରିଛନ୍ତି ।

•ଓଡିଶା ଖଣି ନିଗମ ଲିଃ ଏକ ସରକାରୀ କମ୍ପାନୀ ଭାବରେ CBA (A&D) ଅଧିନିୟମ, ୧୯୫୭ ଅନୁଯାୟୀ ବୈତରଣୀ-ପଶ୍ଚିମ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ କରୁଛନ୍ତି

•କୋଇଲା ଖଣିର ସଂଶୋଧିତ ଖଣି ଯୋଜନାକୁ କୋଇଲା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ଵାରା ଅନୁମୋଦନ ହେବାକୁ ଅଛି ।

୨.ଏ. - ସି.ଓ.ବି. ପ୍ଲାଣ୍ଟର ଅବଶେଷରୁ କ୍ରୋମାଇଟ୍ ମୂଲ୍ୟଗୁଡ଼ିକର ପୁନରୁଦ୍ଧାର ।

ଜାମସେଦପୁରର ଏନ.ଏମ.ଏଲ.ରେ କ୍ରୋମାଇଟ୍ ଅବଶେଷ ପାଇଲଟ୍ ପ୍ଲାଣ୍ଟ ଅଧ୍ୟୟନ ଫଳାଫଳ ଉପରେ ଆଧାର କରି ମେକନ କ୍ରୋମାଇଟ୍ ମୂଲ୍ୟଗୁଡିକର ପୁନରୁଦ୍ଧାର ପାଇଁ ଏକ ଲାଭଦାୟକ କାରଖାନା ପ୍ରତିଷ୍ଠା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡି.ପି.ଆର.) ପ୍ରସ୍ତୁତ କରିଛି । ଡି.ପି.ଆର. ଅନୁଯାୟୀ ଆନୁମାନିକ ପ୍ରକଳ୍ପ ମୂଲ୍ୟ ପ୍ରାୟ 70 କୋଟି ଟଙ୍କା ଅଟେ । ଏହି ରିପୋର୍ଟକୁ ଘରୋଇ ବୈଷୟିକ କମିଟି ଦ୍ୱାରା ବିଚାରବିମର୍ଶ କରାଯାଇଛି ଏବଂ ଏହି ପ୍ରକଳ୍ପ ଉପରେ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ପାଇଁ ଖୁବ ଶୀଘ୍ର ବୈଷୟିକ ପ୍ରସଙ୍ଗରେ ବୋର୍ଡ କମିଟି ସମ୍ମୁଖରେ ରଖାଯିବ ।

୨.ବି. – ନୂତନ ସି.ଓ.ବି. ପ୍ଲାଣ୍ଟ୍ ସ୍ଥାପନ :

ପି.ଏ.ସି., ଓଡିଶା ସରକାରଙ୍କର ସଦୟ ଅନୁମୋଦନ ଉପରେ ଆଧାର କରି, ପୂର୍ବତନ କଣ୍ଟ୍ରାକ୍ଟର, ମେସର୍ସ ଏମ୍.ବି.ଇ.-ସି.ଏମ୍.ଟି.ଙ୍କ ସହିତ ହୋଇଥିବା ଚୁକ୍ତିନାମା ତା ୪/୨/୨୦୧୮ରିଖରେ ବନ୍ଦ ହୋଇଯାଇଥିଲା ଏବଂ ନୂତନ ସି.ଓ.ବି.ପି କାର୍ଯ୍ୟର ଅବଶିଷ୍ଟ ଅଂଶର ସଂସ୍ଥାପନ ପାଇଁ ମେସର୍ସ କି.ଓ.ସି.ଏଲ. ସହିତ ନୂତନ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । କାର୍ଯ୍ୟଟି ଚାଲୁଅଛି । ସମାପ୍ତ କରିବା ପାଇଁ ନିର୍ଦ୍ଧାରିତ ସମୟ ରେଖା ଥିଲା ତା ୨୫/୩/୨୦୨୦ରିଖ । ଯେହେତୁ ଉକ୍ତ କାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ ହୋଇପାରିଲା ନାହିଁ, କାର୍ଯ୍ୟଟି ସମାପ୍ତ ହେବା ପାଇଁ ମେସର୍ସ କେ.ଆଇ.ଓ.ସି.ଲକୁ ତା ୩୦/୧୧/୨୦୨୦ ରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି ପାଇଁ ଅନୁମତି ଦିଆଯାଇଥିଲା ।

୨.ସି. – ଦକ୍ଷିଣ କାଳିଆପାଣିରେ ଉଭୟ ସି.ଓ.ବି. ପ୍ଳାଣ୍ଟ ପାଇଁ ଟେଲିଙ୍ଗ୍ ପୋଖରୀର ନିର୍ମାଣ :

ଦକ୍ଷିଣ କାଳିଆପାଣିରେ କ୍ରୋମ୍ ପଥର ବେନିଫିସିଏସନ ପ୍ଲାଣ୍ଟ ଚଳାଇବା ଉଦ୍ଦେଶ୍ୟରେ , ଓ.ଏମ୍.ସି. ଇ.ଟି.ପି. ସହିତ ଏକ ଟେଲିଙ୍ଗ୍ ପୋଖରୀ ନିର୍ମାଣ କରିବାକୁ ସିଦ୍ଧାନ୍ତ କଲା ଏବଂ ସେହି ଅନୁଯାୟୀ ଖୋଲା ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ମେସର୍ସ ଆଇରନ୍ ଟ୍ରିଆଙ୍ଗଲ (ପୂର୍ବରୁ ମେସର୍ସ ବ୍ୟାକବୋନ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଥିଲା)କୁ ମନୋନୀତ କଲା। ଇ.ସି ସଂଶୋଧନର ଉପଲବ୍ଧତା ନଥିବାରୁ, ତଥାପି କାର୍ଯ୍ୟଟି ଦିଆଯାଇପାରିନଥିଲା ଏବଂ ଏମ୍.ଓ.ଇ.ଏଫ. ଏବଂ ସି..ସି., ଭାରତ ସରକାରଙ୍କଠାରୁ ସଂଶୋଧିତ ଇ.ସି ପାଇବା ପରେ କାର୍ଯ୍ୟଟିକୁ ଦେବା ପାଇଁ ତା ୨୭/୩/୨୦୧୭ ରିଖ ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ୪୨୦ତମ ମିଟିଙ୍ଗରେ ପରାମର୍ଶ ଦିଆଯାଇଥିଲା , ଯେଉଁଟି ତା୧୫/୫/୨୦୧୫ ରିଖରେ ଆବେଦନ କରାଯାଇଥିଲା। ଏପର୍ଯ୍ୟନ୍ତ ସଂଶୋଧିତ ଇ.ସି. ମିଳିପାରିନହିଁ । ପରବର୍ତ୍ତୀ ସମୟରେ ମନୋନୀତ ହୋଇଥିବା ଏଜେନ୍ସି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ, ଯେପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ହୋଇନାହିଁ । କିନ୍ତୁ ଟେଣ୍ଡର ମୂଲ୍ୟ ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ନାହିଁ । ତା ୮/୭/୨୦୧୯ ରିଖରେ ଅନୁଷ୍ଠିତ ହୋଇଥିବା ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ୪୩୨ତମ ମିଟିଙ୍ଗ ଦ୍ୱାରା ଏହି ମାମଲା ବିଚାରବିମର୍ଶ କରାଯାଇଥିଲା । ବୋର୍ଡ ଅଫ ଡାଇରେକ୍ଟର୍ସ ମିଟିଙ୍ଗରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଆଧାର କରି, ଓ.ଏମ୍.ସି. ଟେଣ୍ଡରକୁ ବାତିଲ କରିଛି ଏବଂ ମୂଲ୍ୟ ବୃଦ୍ଧି /ଡି-ଏସ୍କାଲେସନ୍ ପ୍ରଦାନ ସହିତ ବର୍ତ୍ତମାନ ଖୋଲା ଟେଣ୍ଡର ମାଧ୍ୟମରେ ଏଜେନ୍ସି ଚୟନ ପାଇଁ ଟେଣ୍ଡର ଡକ୍ୟୁମେଣ୍ଟ ଚୂଡାନ୍ତ କରୁଛି, ଯାହା ସଂଶୋଧିତ ଇ.ସି. ପାଇବା ପରେ ଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇପାରିବ ।

୩.ଏ.୬ ଏମ୍ ଟି ପି ଏ କୋଡିଙ୍ଗାମାଳି ବକ୍ସାଇଟ ପ୍ରକଳ୍ପ ।

ଓ.ଏମ.ସିର କୋଡିଙ୍ଗାମାଳି ବକ୍ସାଇଟ ଖଣିରୁ ଯାନ୍ତ୍ରିକ ଉତ୍ପାଦନ ଏବଂ ନିରାପତ୍ତା ପାଇଁ ଯଦିଓ ମେସର୍ସ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ (ଇ.ଆଇ.ଏଲ) ଏହି ପ୍ରକଳ୍ପ ସମ୍ବନ୍ଧୀୟ ଆବଶ୍ୟକୀୟ ବୈଷୟିକ ଅଧ୍ୟୟନ ସମାପ୍ତ କରିବା ପରେ, ଏକ ବିସ୍ତୃତ ସମ୍ଭାବ୍ୟତା ରିପୋର୍ଟ ପ୍ରସ୍ତୁତ କରିଛି । ଇ.ଆଇ.ଏଲର ଡ୍ରାଫ୍ଟ ରିପୋର୍ଟଟି ଜୁଲାଇ-୨୦୧୯ରେ ଗ୍ରହଣ କରାଯାଇଛି । ବୋର୍ଡର ବୈଷୟିକ କମିଟି ସଭାରେ ଏହା ଦୁଇ ଥର ବିଚାରବିମର୍ଶ କରାଯାଇଛି ଏବଂ ଚୁଡାନ୍ତ ପର୍ଯ୍ୟାୟରେ ଅଛି ।

୧. ମିଳିତ ଉଦ୍ୟୋଗ - ଓଏମସି ଓ ଷ୍ଟେରଲାଇଟ ଇଣ୍ଡଷ୍ଟ୍ରିଜ (ଇଣ୍ଡିଆ) ଲିମିଟେଡ (ଏସ.ଆଇ.ଆଇ.ଏଲ) ମଧ୍ୟରେ :

ପ୍ରକଳ୍ପର ସଂକ୍ଷିପ୍ତ ବର୍ଣ୍ଣନା :

ଲାଞ୍ଜିଗଡ ବକ୍ସାଇଟ୍ ଖଣି ପ୍ରକଳ୍ପର ବିକାଶ ପାଇଁ ଓଏମସି ଏବଂ ବେଦାନ୍ତ ଆଲୁମିନା ଲିମିଟେଡ୍ (ଷ୍ଟେରଲାଇଟ ଇଣ୍ଡଷ୍ଟ୍ରିଜ୍ (ଇଣ୍ଡିଆ) ଲିମିଟେଡର ଏକ ସହାୟକ କମ୍ପାନୀ) ମଧ୍ୟରେ ତା ୫/୧୦/୨୦୦୪ ଏବଂ ୧୮/୨/୨୦୦୯ରେ ଏକ ମିଳିତ ଉଦ୍ୟୋଗ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା |

ବର୍ତ୍ତମାନର ସ୍ଥିତି :

ଓଡିଶା ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଓ.ଏମ.ସି ଏବଂ ଏସ.ଆଇ.ଆଇ.ଏଲ ମଧ୍ୟରେ ତା୩୦/୦୯/୨୦୧୫ ରିଖରେ ହୋଇଥିବା ମିଳିତ ଉଦ୍ୟୋଗ ଚୁକ୍ତିନାମାକୁ ଓ.ଏମ.ସି ବନ୍ଦ କରିଛି ।

୨. ମିଳିତ ଉଦ୍ୟୋଗ ଓଏମସି ଓ ହିଣ୍ଡାଲକୋ ମଧ୍ୟରେ :

ପ୍ରକଳ୍ପର ସଂକ୍ଷିପ୍ତ ବର୍ଣ୍ଣନା :

ରାୟଗଡା ଜିଲ୍ଲାର କଂସାରିଗଡାଠାରେ ହିଣ୍ଡାଲକୋ ଆଲୁମିନା ରିଫାଇନାରୀକୁ ବକ୍ସାଇଟ୍ ଯୋଗାଣ ପାଇଁ କୋରାପୁଟ ଜିଲ୍ଲାର କୋଡିଙ୍ଗାମାଳିରେ ଗଚ୍ଛିତ ବକ୍ସାଇଟର ବିକାଶ ପାଇଁ ଓ.ଏମ୍.ସି. ଏବଂ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମଧ୍ୟରେ ତା ୨୫/୧୦/୨୦୦୫ ରିଖରେ ଏକ ମିଳିତ ଉଦ୍ୟୋଗ ଚୁକ୍ତିନାମା କାର୍ଯ୍ୟକାରୀ କରାଯାଇଥିଲା ।

ବର୍ତ୍ତମାନର ସ୍ଥିତି :

ଓଡିଶା ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ତା ୫/୧୦/୨୦୧୫ ରିଖରେ ଓ.ଏମ.ସି ଏବଂ ମେସର୍ସ ହିଣ୍ଡାଲକୋ ମଧ୍ୟରେ ହୋଇଥିବା ମିଳିତ ଉଦ୍ୟୋଗ ଚୁକ୍ତିନାମାକୁ ଓ.ଏମ୍.ସି. ବନ୍ଦ କରିଛି ।

୧.ଏ. – ଦୈତାରୀ ଲୁହାପଥର ଖଣି ପାଇଁ ସମ୍ପୃକ୍ତ ରେଳ ଭିତ୍ତିଭୂମି ସହିତ ୩୨୦୦ ଟି.ପି.ଏଚ୍. ମେକାନାଇଜଡ୍ ୱାଗନ୍ ଲୋଡିଂ ସିଷ୍ଟମ୍ ସହିତ ନୂତନ ୧୦୦୦ ଟି.ପି.ଏଚ୍. ଓର ହ୍ୟାଣ୍ଡଲିଂ ପ୍ଲାଣ୍ଟ ।

ଦୈତାରୀରେ ୨.୫ ଏମ.ଟି.ପି.ଏ. କ୍ଷମତା ବିଶିଷ୍ଟ (ବର୍ତ୍ତମାନର କ୍ଷମତା ସହିତ) ଯନ୍ତ୍ରୀକୃତ ୱାଗନ୍ ଲୋଡିଂ ବ୍ୟବସ୍ଥା ସହିତ ନୂଆ ଓର ହ୍ୟାଣ୍ଡଲିଙ୍ଗ ପ୍ଳାଣ୍ଟ ସ୍ଥାପନ କରିବା ପାଇଁ ତା ୩୧/୧୦/୨୦୧୩ ରିଖରେ ମେସର୍ସ ଏଲ.ଏଣ୍ଡ ଟି., ଚେନ୍ନାଇ ସହିତ ମୂଲ୍ୟ ବୃଦ୍ଧିକୁ ବିଚାରକୁ ନେଇ ଆନୁମାନିକ ପ୍ରକଳ୍ପ ମୂଲ୍ୟରେ ପ୍ରାୟ 800 କୋଟି ଟଙ୍କାର ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି । ଓ.ଏମ୍.ସି. ଆବଶ୍ୟକୀୟ ୧୦୬.୦୧୬ ହେକ୍ଟର ଜଙ୍ଗଲ ଜମିର ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ଏମ୍.ଓ.ଇ.ଏଫ୍. ଏବଂ ସି. ସି. , ଭାରତ ସରକାରଙ୍କଠାରୁ ହାସଲ କରିସାରିଛି । ଏମ୍.ଓ.ଇ.ଏଫ୍. ଏବଂ ସି. ସି. , ଭାରତ ସରକାରଙ୍କଠାରୁ ଦ୍ଵିତୀୟ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ପାଇବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

୧.ବି. – ଗନ୍ଧମାର୍ଦ୍ଦନ ଖଣି (ଏମ୍.ଡି.ଓ. ମୋଡ)ରେ 10 ଏମ.ଟି.ପି.ଏ. ବିଶିଷ୍ଟ ଲୁହାପଥର ପ୍ରକଳ୍ପ :

ଯାନ୍ତ୍ରିକ ଉତ୍ପାଦନ ଏବଂ ସ୍ଥାନାନ୍ତର ମୋଡ୍ ସହିତ ଗୋଟିଏ ୮.୫ ଏମ.ଟି.ପି.ଏ. କ୍ଷମତା ବିଶିଷ୍ଟ ପ୍ରକଳ୍ପ ସ୍ଥାପନ ପାଇଁ ଜୁଲାଇ ୨୦୧୫ରେ ମେକନ୍, ରାଞ୍ଚି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟେକ୍ନୋ-ଇକୋନୋମିକ୍ ସମ୍ଭାବ୍ୟତା ରିପୋର୍ଟ (ଟି.ଇ.ଏଫ୍.ଆର.) । ପ୍ରକଳ୍ପ ଅନୁମୋଦନ କମିଟି (ପି.ଏ.ସି.), ରାଜ୍ୟ ସରକାର ତା ୧୬/୮/୨୦୧୬ ରିଖରେ ୧୩୪୮.୪୭ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନୁମୋଦନ କରିଛନ୍ତି । ସେପ୍ଟେମ୍ବର ୨୦୧୮ ମଧ୍ୟରେ ଜଙ୍ଗଲ ଜମିର ଜଙ୍ଗଲ ମଞ୍ଜୁରୀ ପାଇଲା ପରେ ସର୍ଭେ , ମୃତ୍ତିକା ଅନୁସନ୍ଧାନ, ହାଇଡ୍ରୋଲୋଜିକାଲ୍ ଷ୍ଟଡି ଏବଂ ଜଙ୍ଗଲ ଜମିର ଜଙ୍ଗଲ ମଞ୍ଜୁରୀ ସେପ୍ଟେମ୍ବର ,2018 ମଧ୍ୟରେ ହସ୍ତଗତ ହେଲା ପରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସର୍ଭେ, ମୃତ୍ତିକା ଅନୁସନ୍ଧାନ, ହାଇଡ୍ରୋଲୋଜିକାଲ୍ ଷ୍ଟଡି ଏବଂ ରେଳ ଅଧ୍ୟୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ, ଏନ.ଇ.ଇ.ଆର.ଆଇ. ର ସୁପାରିଶ ଉପରେ ଆଧାର କରି ଓଡିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମାକୁ ପୂରଣ କରିବା ପାଇଁ, ଓ.ଏମ.ସି. ମ୍ୟାନେଜମେଣ୍ଟ ସାଧାରଣ ଇ.ପି.ସି. ମୋଡ୍ ପରିବର୍ତ୍ତେ ପ୍ରକଳ୍ପକୁ ଏମ.ଡି.ଓ. ମୋଡରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି । ଏହା ମଧ୍ୟ ନିଷ୍ପତ୍ତି ହୋଇଛି ଯେ, ସିଙ୍ଗଲ ଏମ.ଡି.ଓ., ଯାହାଙ୍କୁ କାର୍ଯ୍ୟଟି ମିଳିବ, ସେ ସମସ୍ତ ତିନୋଟି ଖଣିକୁ ସଞ୍ଚାଳନ କରିବେ ଯଥାଃ- ହୀଲ୍ ଟପ୍-ବି , ପୁତୁଲପାଣି, ଗନ୍ଧମାର୍ଦ୍ଦନ-ଏ @ ୧୦ ଏମ.ଟି.ପି.ଏ. । ଉପରୋକ୍ତ ଅଧ୍ୟୟନ ରିପୋର୍ଟଗୁଡିକର ଇନପୁଟ୍ ନେଇ ମେକନ୍ ଦ୍ୱାରା ଉକ୍ତ ପ୍ରକଳ୍ପ ପାଇଁ ଡିଜାଇନ୍ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଥିଲା । ଡିଜାଇନ୍ ଦସ୍ତାବିଜ୍ ଉପରେ ଆଧାର କରି ନିବିଦା ଦସ୍ତାବିଜ୍ ପ୍ରସ୍ତୁତି ଚାଲିଛି । ଓଡ଼ିଶା ସରକାରଙ୍କ ଇନ୍-ପ୍ରିନ୍ସିପାଲ୍ ଅନୁମୋଦନ ପାଇବା ପରେ ଉପରୋକ୍ତ ପ୍ରକଳ୍ପର ନିଷ୍ପାଦନ ପାଇଁ ଏମ.ଡି.ଓ. ଚୟନ ସକାଶେ ଖୁବ୍ ଶୀଘ୍ର ଟେଣ୍ଡର ଜାରି କରାଯିବ । ତିନି ବର୍ଷର ନିର୍ମାଣ ଅବଧି ସହିତ ୨୦ ବର୍ଷ ପାଇଁ ଏମ.ଡି.ଓଙ୍କୁ ଖଣି ଚଳାଇବା ପାଇଁ ପଡିବ । ମନୋନୀତ ହୋଇଥିବା ଏମ.ଡି.ଓଙ୍କୁ ତା ୧/୯/୨୦୨୨ ରିଖରୁ ଉତ୍ପାଦନ ଆରମ୍ଭ କରିବାକୁ ପଡିବ ।

୬.୦ ଏମ.ଟି.ପି.ଏ. କୁରୁମିତାର ଲୌହ ଖଣି :

କୁର୍ମିତାରଠାରେ ୬ ଏମ.ଟି.ପି.ଏ. ପ୍ରକଳ୍ପ ପାଇଁ ମେସର୍ସ ଇଞ୍ଜିନିୟରର୍ସ ଇଣ୍ଡିଆ ଲିମିଟେଡ୍ (ଇ.ଆଇ.ଏଲ.)ଙ୍କ ଦ୍ଵାରା ପ୍ରସ୍ତୁତ ଏକ ବିସ୍ତୃତ ସମ୍ଭାବ୍ୟତା ରିପୋର୍ଟ (ଡି.ଏଫ. ଆର.) କୁ ଆଧାର କରି, ସରକାରଙ୍କ ଇନ୍-ପ୍ରିନ୍ସିପାଲ୍ ଅନୁମୋଦନ ପାଇବା ପରେ ଓ.ଏମ.ସି. ଏକ ମାଇନ୍ ଡେଭଲପର୍ କମ୍ ଅପରେଟର (ଏମ.ଡି.ଓ.) ନିଯୁକ୍ତି ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଚୟନ କରିଛି । ଏହି ମନୋନୀତ ଏମ.ଡି.ଓ. ତା ୦୧/୦୪/୨୦୨୧ ରୁ ଖଣିରୁ ଉତ୍ପାଦନ ଆରମ୍ଭ କରିବ ଏବଂ ଚୁକ୍ତିନାମା ଅବଧି ୨୫ ବର୍ଷ ପର୍ଯ୍ୟନ୍ତ କିମ୍ବା ଖଣିଜ ପଥର ସରିବା ପର୍ଯ୍ୟନ୍ତ ରହିବ, ଏଥିରୁ ଯେଉଁଟି ପ୍ରଥମେ । ଏମ୍.ଡି.ଓ. ଚୟନ ପାଇଁ ନିବିଦା ମାର୍ଚ୍ଚ ୨୦୧୯ରେ ଜାରି କରଯାଇଥିଲା । କଣ୍ଟ୍ରାକ୍ଟଟିକୁ ପ୍ରଦାନ କରାଯାଇଥିଲା ଏବଂ ତା ୩୧/୧୦/୨୦୧୯ ରିଖରେ ଏମ୍.ଡି.ଓ., ମେସର୍ସ କୁରମିତାର ଆଇରନ ଓର ମାଇନ୍ସ ପ୍ରାଇଭେଟ ଲିମିଟେଡ୍ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ବର୍ତ୍ତମାନ ଏମ୍.ଡି.ଓ. ଏହି ପ୍ରକଳ୍ପ ପାଇଁ ମୌଳିକ ଇଞ୍ଜିନିୟରିଂ ପ୍ରସ୍ତୁତ କରୁଛି । କଣ୍ଟ୍ରାକ୍ଟଟି ୨୫ ବର୍ଷରୁ ଅଧିକ ହୋଇଥିବାରୁ, କଣ୍ଟ୍ରାକ୍ଟ ମୂଲ୍ୟ ୫୦୦୦ କୋଟି ଟଙ୍କାରୁ ଅଧିକ ହେବ ।