ସ୍ୱର୍ଣ୍ଣ ପର୍ଯ୍ୟାୟରେ ଅର୍ନ୍ତଭୁକ୍ତ ହୋଇଥିବା ରାଜ୍ୟ ସରକାରୀ ଉଦ୍ୟୋଗ ଓଡିଶା ରାଜ୍ୟ ଖଣି ନିଗମ (ଓଏମ୍ସି) ୧୯୫୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ରାଜ୍ୟରେ ଥିବା ବିପୁଳ ଖଣିଜ ସମ୍ପଦର ସଦ୍ବ୍ୟବହାର ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ପ୍ରତିଷ୍ଠା ହୋଇଥିଲା । ୧୯୬୧ ମସିହାରେ କିନ୍ତୁ ଏହି କମ୍ପାନୀ ସମ୍ପୂର୍ଣ ଭାବେ ରାଜ୍ୟ ସରକାରଙ୍କ ଅଧିନକୁ ଆସିଥିଲା ।
ଓଡିଶା ଖଣି ନିଗମ ଦ୍ୱାରା ଉତ୍ତୋଳନ କରାଯାଉଥିବା ପ୍ରମୁଖ ଖଣିଜ ସମ୍ପଦ ମଧ୍ୟରେ ରହିଛି କ୍ରୋମାଇଟ୍, ଲୁହାପଥର ଏବଂ ମାଙ୍ଗାନିଜ ଯାହାକି ଦେଶ ଓ ଦେଶ ବାହାରେ ଥିବା ଖଣିଜ ଭିତ୍ତିକ ଶିଳ୍ପ ଯଥା ଇସ୍ପାତ, ସ୍ପଞ୍ଜ ଆଇରନ୍, ପିଗ୍ ଆଇରନ୍, ଫେରୋ-ମାଙ୍ଗାନିଜ, ଫେରୋ କ୍ରୋମ୍ ଆଦି ଶିଳ୍ପର ଆବଶ୍ୟକତା ପୂରଣ କରିଥାଏ ।
ଅଧିକ ଦେଖନ୍ତୁ