Web Mail | RTI | BE-CIP | Contact Us | Election Commission of India | Voter Helpline |English

କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍‍ଆର)

କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍‍ଆର) ପାଳନ ପାଇଁ ଓଏମ୍‍ସି ସର୍ବଦା ପ୍ରତିଶୃତିବଦ୍ଧ । ଓଏମ୍‍ସି ଖଣି ଅଞ୍ଚଳର ବିକାଶ ଲାଗି ବିଭିନ୍ନ ଜିଲ୍ଲା ପ୍ରଶାସନ ଗୁଡିକୁ ସେମାନଙ୍କ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟଲାଗି ବିପୁଳ ପରିମାଣରେ ଅର୍ଥ ପ୍ରଦାନ କରିଅଛି ।

ବିଗତ ପାଞ୍ଚବର୍ଷ ମଧ୍ୟରେ ଓଏମ୍‍ସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାଛଡା ଓଏମ୍‍ସି ପକ୍ଷରୁ ଓଡିଶା ପରିବେଶ ପରିଚାଳନା ପାଣ୍ଠିକୁ ସ୍ୱଚ୍ଛ ଓ ସବୁଜ ପରିବେଶ ପରିଚାଳନା ପାଇଁ ୫ କୋଟି ଟଙ୍କା ଏବଂ ୫ଟି ମଡେଲ ବିଦ୍ୟାଳୟ ନିର୍ମାଣ ପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ୨୦କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଓଏମ୍‍ସି ପକ୍ଷରୁ ଏକ "ସୋସିଆଲ ରେସ୍‍ପନ୍ସବିଲିଟି" ଯୋଜନା ପ୍ରସ୍ତୁତ କରାଯାଇଛି ଯେଉଁଥିରେ କି ଗତ ତିନିବର୍ଷର ନିଟ୍‍ ଲାଭର ୨ପ୍ରତିଶତ ଅର୍ଥ ସିଏସ୍‍ଆର କାର୍ଯ୍ୟପାଇଁ ବ୍ୟୟ କରାଯିବାକୁ ସ୍ଥିର ହୋଇଛି ।

ଓଏମ୍‍ସି ହେଉଛି ଖଣି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶର ସର୍ବବୃହତ୍‍ ରାଜ୍ୟ ସ୍ତରୀୟ ଓଉଦ୍ୟୋଗିକ ସଂସ୍ଥା । ପରିବେଶ ଅନୁକୂଳ ଖଣି କାର୍ଯ୍ୟପାଇଁ ଓଏମ୍‍ସି ପ୍ରତିଶ୍ରୁତିବଦ୍ଧ ।

ରାଜ୍ୟ ଜଙ୍ଗଲ ବିଭାଗ ସହଯୋଗରେ ସୁନ୍ଦରଗଡ, କେନ୍ଦୁଝର, ଯାଜପୁର, କଳାହାଣ୍ଡି, ରୟଗଡା ଓ କୋରାପୁଟ ଜିଲ୍ଲାର ଖଣି ଲିଜ୍‍ ଅଞ୍ଚଳରେ ଓଏମ୍‍ସି ପକ୍ଷରୁ ପ୍ରତି ୧୦ ମେଟ୍ରିକ ଟନ୍‍ ଖଣିଜ ସାମଗ୍ରୀ ଉତ୍ତୋଳନ ପାଇଁ ଗୋଟିଏ କରି ବୃକ୍ଷରୋପଣ କରାଯାଇଛି ।

୨୦୧୫-୧୬ ମସିହାରୁ ଓଏମ୍‍ସି ପ୍ରତିବର୍ଷ ୫ଟି ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ହାତକୁ ନେବା ସହିତ ସେଠାରେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ, ବିଦ୍ୟୁତ୍‍କରଣ, ପାଇଖାନା ନିର୍ମାଣ, ଗ୍ରାମ୍ୟରାସ୍ତା, ନାଳ ନର୍ଦ୍ଦମା, ବୃକ୍ଷରୋପଣ ସହିତ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଉଛି ।
 

ଗତ ତିନିବର୍ଷ ମଧ୍ୟରେ ସିଏସ୍‍ଆର କ୍ଷେତ୍ରରେ ବ୍ୟୟ ହୋଇଥିବା ଅର୍ଥର ପରିମାଣ (ଲକ୍ଷ ଟଙ୍କାରେ)

 

ସ୍ଥାନ

2014-15 2015-16 2016-17 2017-18
ବାଙ୍ଗୁର (କେନ୍ଦୁଝର ଜିଲ୍ଲା)  7.37 7.1 0 0
କେନ୍ଦୁଝର ଜିଲ୍ଲା ବଡବିଲ୍‍ ଖଣି ଇଲାକାରେ ଥିବା ଲୁହା/ବକ୍ସାଇଟ୍‍ ଅଞ୍ଚଳ 35.88 53.15 71.86 115.67
ଲୁହାପଥର /ଦୈତାରୀ (କେନ୍ଦୁଝର ଜିଲ୍ଲା) 35.88 21.12 397.83 8.08
କ୍ରୋମାଇଟ୍‍/ସାଉଥ କାଳିଆପାଣି/ସୁକରଙ୍ଗି (ଯାଜପୁର ଜିଲ୍ଲା) 109.04 246.54 370.07 178.22
ଲୁହାପଥର ଏବଂ ମାଙ୍ଗାନିଜ୍‍/କୁରୁମିତର (ସୁନ୍ଦରଗଡ ଜିଲ୍ଲା) 27.11 188.75 281.28 164.32
ଲୁହପଥର/ଗନ୍ଧମାର୍ଦ୍ଦନ (କେନ୍ଦୁଝର ଜିଲ୍ଲା) 386.92 560.56 826.68 174.64
ଲାଞ୍ଜିଗଡ ଖଣି ଲିଜ୍‍ (ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲା)   51.905 83.33 32.2
କୋଡିଙ୍ଗାମାଲି ଖଣି ଲିଜ୍‍ (କୋରାପୁଟ ଏବଂ ରାୟଗଡା ଜିଲ୍ଲା)   119.5 142.14 25.25
କର୍ଲାପାଟ ଖଣି ଲିଜ୍‍ (କଳାହାଣ୍ଡି ଜିଲ୍ଲା)   114.95   318.95
ଖଣିଜ ଜିଲ୍ଲା ଏବଂ ଅନ୍ୟାନ୍ୟ 1085.48 3087.405 734.47 3351.57

(*) CSR Sub Total

1687.68 4450.98 2907.66 4368.9


 

ଗତ ଚାରିବର୍ଷ ମଧ୍ୟରେ ଆଞ୍ଚଳିକ ଉନ୍ନୟନ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିଆଯାଇଥିବା ଅର୍ଥ (ଲକ୍ଷ ଟଙ୍କାରେ)

 

ଅଞ୍ଚଳ

2014-15 2015-16 2016-17 2017-18
Details Expenditure towords
 CSR/PD/DONATION
ସିଏସ୍‍ଆର 1687.68 4450.98 2907.66 4368.90
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ 0 0 3008 7007.50
ଆଞ୍ଚଳିକ ବିକାଶ ବ୍ୟୟ 0 0 367 1255.72
ବିଜ୍ଞାପନ ଓ  ପ୍ରଚାର 0 0 0 4191.78
 ପ୍ରଯୋଜକ  0 0 0 1054.39

(*) Total

1687.68 4450.98 6282.66 17,878.29