Web Mail | RTI | BE-CIP | Contact Us | Election Commission of India | Voter Helpline |English

 

ଓଏମ୍‍ସିର ନୂତନ ପ୍ରକଳ୍ପ

ବିଗତ କିଛିବର୍ଷ ଧରି ଉତ୍ତମ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ଫଳରେ ଓଏମ୍‍ସି ଲାଗି ନୂତନ ପ୍ରକଳ୍ପ ସକାଶେ ପୁଞ୍ଜି ଆକର୍ଷଣର ସୁଯୋଗ ସୃଷ୍ଟି ସହିତ ଦୀର୍ଘମିଆଦୀ ଭିତ୍ତିରେ ଭଲ ପ୍ରଦର୍ଶନର ସୁଯୋଗ ସୃଷ୍ଟି କରିଛି ।

ଯୌଥ ପ୍ରକଳ୍ପ :
ଓଏମ୍‍ସି ଏହାର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଲାଗି ନିଷ୍ପତ୍ତି କରିବା ସହିତ କୋଇଲା, ବକ୍ସାଇଟ୍‍ ଉତ୍ତୋଳନ ସହିତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରବେଶ ଲାଗି ସ୍ଥିର କରିଛି । ସଂଖ୍ୟାଧିକ ଯୌଥ କମ୍ପାନୀ ପ୍ରତିଷ୍ଠା କରାଯିବା ଲାଗି ପ୍ରକ୍ରିୟା ଜାରି ରହିଛି ।

ନିଜସ୍ୱ ପ୍ରକଳ୍ପ :
ଏହି ପ୍ରକଳ୍ପ ଗୁଡିକ ଓଏମ୍‍ସି ଅଧିନରେ ଥିବାବେଳେ ନିଗମ ବର୍ତ୍ତମାନ ତାହାର ପ୍ରଦର୍ଶନ ସ୍ଥିତି ବଢାଇବାରେ ଲାଗିଛି ।

ନିଗମର ଯୌଥ ପ୍ରକଳ୍ପ ଏବଂ ନିଜସ୍ୱ ପ୍ରକଳ୍ପ ଗୁଡିକ ସଂକ୍ରାନ୍ତରେ ନିମ୍ନରେ ଉଲ୍ଲେଖ କରାଗଲା ।

ଯୌଥ (ଜେଭି)ପ୍ରକଳ୍ପ

ପ୍ରକଳ୍ପର ସଂକ୍ଷିପ୍ତ ବିବରଣୀ

କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ଥିବା ବକ୍ସାଇଟ୍‍ ଖଣି ଖନନ ସହିତ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ ଆଲୁମିନିୟମ ଲିମିଟେଡକୁ ଏହା ପଠାଇବାପାଇଁ ୨୦୦୯ ମସିହା ଫେବୃୟାରୀ ୧୮ ତାରିଖରେ ଓଏମ୍‍ସି ଓ ଷ୍ଟେରାଲାଇଟ୍‍ ଇଣ୍ଡଷ୍ଟ୍ରିଜ୍‍ (ଇଣ୍ଡିଆ) ସହିତ ଏହି ଯୌଥ ଉଦ୍ୟୋଗର ଚୁକ୍ତିନାମା ହୋଇଥିଲା ।

ବର୍ତ୍ତମାନର ସ୍ଥିତି

୨୦୧୫ ସେପ୍ଟେମ୍ବର ୧୬ ତାରିଖରେ ଓଡିଶା ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଓଏମ୍‍ସି ପକ୍ଷରୁ ୧୮.୦୨.୨୦୦୯/୦୫.୧୦.୨୦୦୪ ରେ ନିଗମ ଓ ଷ୍ଟେରାଲାଇଟ୍‍ ଇଣ୍ଡିଆ ଲିମିଟେଡ ମଧ୍ୟରେ ହୋଇଥିବା ଯୌଥ ରାଜିନାମାକୁ ବାତିଲ କରାଯାଇଥିଲା ଓ ଏ ସଂକ୍ରାନ୍ତରେ ୩୦.୦୯.୨୦୧୫ ରେ ପତ୍ରଦ୍ୱାରା ଷ୍ଟେରାଲାଇଟ୍‍ କମ୍ପାନୀକୁ ଅବଗତ କରାଯାଇଥିଲା ।

ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ

ରାୟଗଡା ଜିଲ୍ଲାର କଂସାରିଗଡା ଠାରେ ଥିବା ଆଲୁମିନା ରିଫାଇନାରୀକୁ କୋରାପୁଟ ଜିଲ୍ଲାର କୋଡିଙ୍ଗାମାଳି ବକ୍ସାଇଟ୍‍ ଖଣିରୁ ବକ୍ସାଇଟ୍‍ ଯୋଗାଣ ଲାଗି ୨୫.୧୦.୨୦୦୫ ରେ ଯୌଥ ପ୍ରକଳ୍ପ ଲାଗି ଓଏମ୍‍ସି ଓ ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଲିମିଟେଡ ମଧ୍ୟରେ ହୋଇଥିଲା ।

ବର୍ତ୍ତମାନ ସ୍ଥିତି

୧୬.୦୬.୨୦୧୫ ମସିହାରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଏମ୍‍ସି ପକ୍ଷରୁ ୨୫.୧୦.୨୦୦୫ ମସିହାରେ ଓଏମ୍‍ସି ଓ ହିଣ୍ଡାଲ୍‍କୋ ମଧ୍ୟରେ ହୋଇଥିବା ଯୌଥ ଉଦ୍ୟୋଗ ରାଜିନାମାକୁ ବାତିଲ କରାଯାଇଛି ।

ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ

ଶକ୍ତି ଉତ୍ପାଦନ ଲାଗି ଅନୁଗୁଳ ଜିଲ୍ଲାରେ ୧୨୦୦ ନିୟୁତ ଟନ୍‍ କୋଇଲା ଗଚ୍ଛିତ ଥିବା ମନ୍ଦାକିନି-ବି କୋଇଲା ଖଣିର ବିକାଶ କରି ବାର୍ଷିକ ଅତି କମ୍‍ରେ ୧୫ ନିୟୁତ ଟନ୍‍ କୋଇଲା ଉତ୍ତୋଳନ ଲାଗି ଏହି ଯୌଥ ଉଦ୍ୟୋଗଟି ଓଡିଶା ଖଣି ନିଗମ ଲିମିଟେଡ, ଆସାମ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ, ମେଘାଳୟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଏବଂ ତାମିଲନାଡୁ ଇଲେକ୍ଟ୍ରିସିଟି ବୋର୍ଡ ମଧ୍ୟରେ ହୋଇଥିଲା ।

ବର୍ତ୍ତମାନର ସ୍ଥିତି

୧୫.୦୯.୨୦୧୫ ରେ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଦେଇଥିବା ପତ୍ର ଅନୁଯାୟୀ ଏମ୍‍ବିସିସିଏଲ୍‍ ପକ୍ଷରୁ ମନ୍ଦାକିନି-ବି କୋଇଲା ଖଣି ସଂକ୍ରାନ୍ତରେ ମୂଲ୍ୟ ନିର୍ଦ୍ଧାରଣ/ହିସାବ ପ୍ରାରମ୍ଭିକ ଲିଜ୍‍ ଧାରୀଙ୍କୁ କ୍ଷତିପୂରଣ ଆଦି ସମସ୍ତ ସୂଚନା ପ୍ରଦାନ କରାଯାଇଛି ।

ପ୍ରକଳ୍ପ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ

୧୪୫ ନିୟୁତ କୋଇଲା ମହଜୁଦ ଥିବା ଅନୁଗୁଳ ଜିଲ୍ଲାର ଉକ୍ରଳ-ଡି କୋଇଲା ଖଣିର ବିକାଶ ଲାଗି ୨୯.୧୨.୨୦୦୩ ମସିହାରେ ଓଡିଶା ଖଣି ନିଗମ ଓ ସୈନିକ ମାଇନିଙ୍ଗ ଆଣ୍ଡ ଆଲାଏଡ୍‍ ସର୍ଭିିସେସ୍‍ ଲିମିଟେଡ (ଏସ୍‍ଏମ୍‍ଏଏସ୍‍ଏଲ୍‍) ମଧ୍ୟରେ ଯୌଥ ଉଦ୍ୟୋଗ ରାଜିନାମା ହୋଇଥିଲା । ଓଏମ୍‍ସି ଏହି ରାଜିନାମାକୁ ୨୭.୦୯.୨୦୧୨ ମସିହାରେ ବାତିଲ କରିଦେଇଥିଲା ।

ବର୍ତ୍ତମାନର ସ୍ଥିତି

କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ୨୬.୧୨.୨୦୧୪ ମସିହାରେ ଦିଆଯାଇଥିବା ପତ୍ର ଅନୁଯାୟୀ ଓଏମ୍‍ସି ପକ୍ଷରୁ ମୂଲ୍ୟ ନିର୍ଦ୍ଧାରଣ/ହିସାବ ପ୍ରାରମ୍ଭିକ ଲିଜ୍‍ ଧାରୀଙ୍କୁ ଦିଆଯାଇଥିବା କ୍ଷତିପୂରଣ, ଉକ୍ରଳ-ଡି କୋଇଲା ଖଣିର ଯୌଥ ଉଦ୍ୟୋଗ ସଂକ୍ରାନ୍ତରେ ସମସ୍ତ ସୂଚନା ପ୍ରଦାନ କରାଯାଇଛି ।

ପ୍ରକଳ୍ପ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ

ଅନୁଗୁଳ ଜିଲ୍ଲାରେ ୭୩୩.୮୩ ନିୟୁଟ୍‍ ଟନ୍‍ କୋଇଲା ଗଚ୍ଛିତ ଥିବା ନୂଆଗାଁ-ତେଲିସାହୁ କୋଇଲା ବ୍ଲକକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ୨.୮.୨୦୦୬ ମସିହାରେ ଓଏମ୍‍ସି ଓ ଆନ୍ଧ୍ରପ୍ରଦେଶ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିିମିଟେଡ ସପକ୍ଷରେ ୫୦:୫୦ ହାଜରେ ମଞ୍ଜୁର କରିଥିଲେ ।

ବର୍ତ୍ତମାନର ସ୍ଥିତି

କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ୨୨.୦୯.୨୦୧୫ ମସିହାରେ ଦିଆଯାଇଥିବା ପତ୍ର ଅନୁଯାୟୀ ଓଏମ୍‍ସି ପକ୍ଷରୁ ମୂଲ୍ୟ ନିର୍ଦ୍ଧାରଣ/ହିସାବ ପ୍ରାରମ୍ଭିକ ଲିଜ୍‍ ଧାରୀଙ୍କୁ ଦିଆଯାଇଥିବା କ୍ଷତିପୂରଣ, ନୂଆଗାଁ-ତେଲିସାହି କୋଇଲା ବ୍ଲକର ଯୌଥ କମ୍ପାନୀ ସଂକ୍ରାନ୍ତରେ ସମସ୍ତ ସୂଚନା ପ୍ରଦାନ କରାଯାଇଛି ।

ପ୍ରକଳ୍ପ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ

କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଦନ ଓ ସୁନ୍ଦରଗଡ ଜିଲ୍ଲାର ମଲାଙ୍ଗଟୋଲି ଲିଜ୍‍ ଖଣିରୁ ବର୍ଷକୁ ଅତି କମ୍‍ରେ ୧୫ନିୟୁତ ଟନ୍‍ ଲୁହାପଥର ଉତ୍ପାଦନ କ୍ଷମତା ବୃଦ୍ଧିପାଇଁ ଏହି ଯୌଥ ଉଦ୍ୟୋଗ ପ୍ରତିଷ୍ଠା ହୋଇଥିଲା ।

ବର୍ତ୍ତମାନର ସ୍ଥିତି

ଓଡିଶା ସରକାରଙ୍କ ଉପଦେଶ ଅନୁଯାୟୀ ଓଏମ୍‍ସି ଓ ଆରଟିଏମ୍‍ଡି ମଧ୍ୟରେ ୨୪.୨.୧୯୯୫ ମସିହାରେ ହୋଇଥିବା ଯୌଥ ରାଜିନାମାକୁ ବାତିଲ ପାଇଁ ଆରଟିଏମ୍‍ଡିକୁ ୪.୭.୨୦୧୫ ମସିହାରେ ପତ୍ର ଲେଖାଯାଇଛି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୨୦୦୭ ମସିହା ଜାନୁୟାରୀ ୨୯ ତାରିଖରେ ପ୍ରତିଷ୍ଠା ହୋଇଛି ଓଡିଶା ଥର୍ମାଣ ପାୱାର କର୍ପୋରେସନ ଲିମିଟେଡ (ଓଟିପିସି) । ରାଜ୍ୟ ସ୍ତରୀୟ ଦୁଇ ରାଷ୍ଟ୍ରାୟତ ସଂସ୍ଥା ଓଡିଶା ଖଣି ନିଗମ (ଓଏମ୍‍ସି) ଓ ଓଡିଶା ଜଳ ବିଦ୍ୟୁତ୍‍ ନିଗମ (ଓଏଚ୍‍ପିସି) ସମ ଅଂଶୀଦାରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅଞ୍ଚଳରେ ୩୨୦୦ ମେଗାୱାଟ (୩ ଙ୍ଘ ୮୦୦ମେଗାୱାଟ + ୧ ଙ୍ଘ ୮୦୦ ମେଗାୱାଟ ଭବିଷ୍ୟତ) ତାପଜ ବିଦ୍ୟୁତ୍‍କେନ୍ଦ୍ର ପ୍ରତିଷ୍ଠା ଲାଗି ଯୌଥ କମ୍ପାନୀ ପ୍ରତିଷ୍ଠା ହୋଇଛି ।

  • ପ୍ରକଳ୍ପର ବ୍ୟୟଭାର ୧୬,୧୪୭ କୋଟି ୧୭ ଲକ୍ଷ ଟଙ୍କାରୁ ୧୮,୧୨୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୧୬ ଜୁନ୍‍ ୩୦ ତାରିଖ ସୁଦ୍ଧା ଏହି ପ୍ରକଳ୍ପରେ ୨୨୧ କୋଟି ଟଙ୍କା ବ୍ୟୟ ହୋଇଛି ।
  • ରେଲୱେ କରିଡର ସହିତ ଏହି ପ୍ରକଳ୍ପ ଲାଗି ୧୭୬୭.୯୦୮ ଏକର ଜମି ଚୂଡାନ୍ତ ହୋଇଛି ।
  • ଘରେରାଇ ଜମି ମାଲିକମାନଙ୍କୁ ୬୦% ଅର୍ଥ ପ୍ରଦାନ କରାଯାଇଛି । ବେସରକାରୀ ଜଙ୍ଗଲ ଜମିର ହିସାବ କାମାକ୍ଷାନଗର ତହସିଲଦାର ଓ ଜମି ଅଧିଗ୍ରହଣ ଦାୟିତ୍ୱରେ ଥିବା ଅଧିକାରୀ ଚଳାଇଛନ୍ତି ।
  • ପ୍ରକଳ୍ପ ଅନୁଧ୍ୟାନ ବିଶେଷକରି ମୃତ୍ତିକା ପରୀକ୍ଷା, ଭୂତଳ ଜଳ ସର୍ଭେ, ସାମାଜିକ ଆର୍ôଥକ ସ୍ଥିତି ଅନୁଧ୍ୟାନ, ଭୌଗଳିକ ଅନୁଧ୍ୟାନ, ରାସ୍ତାଘାଟ ସର୍ଭେ, ଉକ୍ତ ଅଞ୍ଚଳର ଡ୍ରେନେଜ ଅନୁଧ୍ୟାନ ଆଦି ସମାପ୍ତ ହୋଇଛି । ପ୍ରକଳ୍ପକୁ ଆବଶ୍ୟକ ଜଳ ଯୋଗାଣ ଲାଗି ଜଳସମ୍ପଦ ବିଭାଗ ନିଶ୍ଚିତ କରିଛନ୍ତି । ପ୍ରକଳ୍ପ ଲାଗି ଆବଶ୍ୟକ ପ୍ରାଚୀର, ସାଇଟ୍‍ ଅଫିସ୍‍ ଓ ଟ୍ରାନ୍‍ଜିଟ୍‍ ହାଉସ୍‍ର ନିର୍ମାଣକାର୍ଯ୍ୟ ଇଡ୍‍କୋ ପକ୍ଷରୁ ଆରମ୍ଭ ହୋଇଛି ।
  • ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ପାରିପାଶ୍ୱର୍ିକ ଅଞ୍ଚଳର ବିକାଶ ଜାରି ରହିଛି ।
  • ୨୦୧୩ ମସିହା ଜାନୁୟାରୀ ମାସରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଠାରୁ ପରିବେଶ ପ୍ରଭାବ ଆକଳନ (ଇଆଇଏ) ରିପୋର୍ଟ ହସ୍ତଗତ ହୋଇଛି । ମେସର୍ସ ମେକନ ଏହି ଅନୁଧ୍ୟାନ ସହିତ ଜନଶୁଣାଣି କାର୍ଯ୍ୟ ସମାପ୍ତ କରିଛନ୍ତି । କୋଇଲା ବ୍ଲକ ମଞ୍ଜୁର ହେଲାପରେ ଚୂଡାନ୍ତ ସଂଶୋଧିତ ରିପୋର୍ଟ ପ୍ରଦାନ କରାଯିବ ।
  • ପରିବେଶ ଅନୁମତି ଓ ଅନ୍ୟସ୍ଥାନରେ ଜଙ୍ଗଲ ସୃଷ୍ଟି ବ୍ୟତିତ ଅନ୍ୟ ସମସ୍ତ ବୈଧାନିକ ଅନୁମତି ମିଳିସାରିଛି ।
  • ଓଟିପିସିକୁ ମଞ୍ଜୁର ହୋଇଥିବା ତେନ୍ତୁଲୋଇ କୋଇଲା ବ୍ଲକ ବାତିଲପାଇଁ ୨୦୧୩ ମସିହାରୁ ରାଜ୍ୟ ସରକାର କେନ୍ଦ୍ର କୋଇଲା ମନ୍ତ୍ରାଳୟକୁ ବାରମ୍ବାର ଅନୁରୋଧ କରିଆସୁଛନ୍ତି । କାରଣ ଏହି କୋଇଲାଖଣି ବ୍ୟବହାର ଦୃଷ୍ଟିରୁ ଅନୁକୂଳ ହେବନାହିଁ ।
  • ବାର୍ଷିକ ୧୬ ନିୟୁତ ମେଟ୍ରିକ ଟନ୍‍ ଚାହିଦା ପୂର ଲାଗି ଛେଣ୍ଡିପଦା ଓ ଛେଣ୍ଡିପଦା-୨ କୋଇଲା ବ୍ଲକ ମଞ୍ଜୁର ସକାଶେ କେନ୍ଦ୍ର କୋଇଲା ମନ୍ତ୍ରାଳୟର ୨୧.୧.୨୦୧୫ ତାରିଖର ବିଜ୍ଞପ୍ତି ଅନୁଯାୟୀ ଓଟିପିସି ଏମ୍‍ଏସ୍‍ଟିସି ସହିତ ପଞ୍ଜିକୃତ ହୋଇଛି ।
  • ବର୍ତ୍ତମାନ ସୁଦ୍ଧା ଓଏମ୍‍ସି ଏହି ପ୍ରକଳ୍ପରେ ତାହାର ଅଂଶଧନ ବାବଦକୁ ୧୩୪ କୋଟି ୨୦ ଲକ୍ଷ ଟଙ୍କା ନିବେଶ କରିସାରିଲେଣି ।
  • (କ) ୩୦.୦୬.୨୦୬ ସୁଦ୍ଧା ପ୍ରକଳ୍ପର ବିବରଣୀ ପ୍ରକଳ୍ପ ଉଦ୍ଦେଶ୍ୟ

    (i)ପ୍ରକଳ୍ପ ଉଦ୍ଦେଶ୍ୟ:

    (୧) ଓଡିଶାର ସୁକିନ୍ଦା ଓ ଅନୁଗୁଳ ମଧ୍ୟରେ ୧୦୪ କିଲୋମିଟର ଦୈର୍ଘ୍ୟ ନୂତନ ରେଳଲାଇନ୍‍ ପ୍ରତିଷ୍ଠା, ପରିଚାଳନା, ରକ୍ଷଣାବେକ୍ଷଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ । ଏହି ରେଲଲାଇନ୍‍ ଯୋଡା-ବଡବିଲ୍‍ ଲୁହାପଥର ଅଞ୍ଚଳ ସହିତ ଇସ୍ପାତ ଏବଂ ଅନୁଗୁଳୁରେ ଥିବା ଲୌହଇସ୍ପାତ ଶିଳ୍ପ ଓ ତାଳଚେରର କୋଇଲା ଖଣି ସହିତ ଯଖପୁରାର ଶିଳ୍ପ ଅଞ୍ଚଳକୁ ସଂଯୋଗ କରିବ । ଏହି ରେଳପ୍ରକଳ୍ପ ଦୀର୍ଘ ମିଆଦୀ ଭିତ୍ତିରେ ରାଉରକେଳା ଭଳି ଶିଳ୍ପାଞ୍ଚଳ ଓ ଧାମରା ପାରାଦୀପ ଭଳି ବନ୍ଦରକୁ ଦୂରତା ହ୍ରାସ କରିବ ।

    (ii) (୨) ପ୍ରକଳ୍ପର ବ୍ୟୟଭାର ୧୨୦୨.୭୦ କୋଟି ଟଙ୍କା ଆକଳନ (ଆଇଡିସି ବ୍ୟତିରକେ)

     

  • (B)ଆର୍ଥିକ ଅନୁବନ୍ଧନର ସ୍ଥିତି

    (i) Equity

    କ୍ରମ ନଂ ଅଂଶଧନକାରୀ ଘୋଷଣା (କୋଟି ଟଙ୍କାରେ) ବର୍ତ୍ତମାନ ସୁଦ୍ଧା ମିଳିଥିବା ଅର୍ଥ (କୋଟି ଟଙ୍କାରେ) ବର୍ତ୍ତମାନ ସୁଦ୍ଧା ବଳକା (କୋଟି ଟଙ୍କାରେ)
    ରେଳ ବିକାଶ ନିଗମ ଲିମିଟେଡ 189.00 189.00 31.5%
    ଜିନ୍ଦଲ ଷ୍ଟିଲ ପାୱାର ଲିମିଟେଡ 60.00 60.00 10.00%
    ଓଡିଶା ସରକାର 127.80 127.80 21.3%
    ଓଡିଶା ଖଣି ନିଗମ 63.00 63.00 10.5%
    ଓଡିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ 4.20 4.20 0.7%
    ମେସର୍ସ କଣ୍ଟେନ କର୍ପୋରେସନ ଅଫ୍‍ ଇଣ୍ଡିଆ ଲିମିଟେଡ 156.00 156.00 26%
      ସମୁଦାୟ 600.00 600.00 100%

    (ii) ଯଦି କୌଣସି ଅନୁବନ୍ଧିତ ଋଣ : ଏଏସ୍‍ଆରଏଲ୍‍ ପକ୍ଷରୁ ଋଣ ପ୍ରଦାନ କରୁଥିବା ସଂସ୍ଥା ଚୂଡାନ୍ତ କରିବା ସହିତ ଋଣ ପ୍ରଦାନର ପ୍ରକ୍ର୍ରିୟା ଆଦି ୨୦୧୬-୧୭ ର ଦ୍ୱିତୀୟ ତୈମାସିକ ସୁଦ୍ଧା ଚୂଡାନ୍ତ କରିବେ ।

     

  • C) ପ୍ରକଳ୍ପ ଅଗ୍ରଗତି ସଂକ୍ରାନ୍ତରେ ସୂଚନା :

    (i) ଜମି ଅଧିଗ୍ରହଣ ସ୍ଥିତି

    ଘରୋଇ ଜମି : ମୋଟ୍‍ ଆବଶ୍ୟକ ପଡୁଥିବା ୧୧୯୯.୦୮୧ ଏକର ଜମି ମଧ୍ୟରୁ ବତ୍ତର୍ମାନ ସୁଦ୍ଧା ୧୧୯୭.୮୨୧ ଏକର ଜମି ମିଳିଛି ।

    ସରକାରୀ ଜମି : ମୋଟ୍‍ ଆବଶ୍ୟକ ଜମି ୨୧୯.୧୪୫ ଏକର

    ରାଜ୍ୟ ସରକାର ଏହି ସମସ୍ତ ସରକାରୀ ଜମି ଉପରେ ନିର୍ମାଣ ଲାଗି ଅନୁମତି ପ୍ରଦାନ କରିଛନ୍ତି ।

    ଜଙ୍ଗଲ ଜମି : ସମୁଦାୟ ଆବଶ୍ୟକ ଜମି ୨୫୧.୦୫୦ ଏକର + ୧୦୯.୯୦

    ସମସ୍ତ ପ୍ରାଥମିକ କାର୍ଯ୍ୟ ବିଶେଷକରି ଡିଜିପିଏସ୍‍ ମ୍ୟାପ୍‍, ଗଛ କଟା ଆଦି ସରିଛି । ପ୍ରଥମ ପର୍ଯ୍ୟାୟ କ୍ଷତିପୂରକ ବନୀକରଣ ଯୋଜନା ପ୍ରସ୍ତାବ ଅନୁଗୁଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କୁ ୧୧.୦୪.୨୦୧୪ରେ ପ୍ରଦାନ କରାଯାଇଛି । ପ୍ରକଳ୍ପ ପାଇଁ ଆବଶ୍ୟକ ପଡୁଥିବା ଅତରିକ୍ତ ୧୦୯.୯୨ ଏକର ଜଙ୍ଗଲ ଜମିକୁ କଟକ ଡିଏଫ୍‍ଓ ଚିହ୍ନଟ କରିଛନ୍ତି । ହାଲ୍‍ ଓ ସାବକ ସେଟେଲମେଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟ କ୍ଷତିପୂରଣ ବନୀକରଣ ଯୋଜନାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ୨୩..୦୯.୨୦୧୫ ରେ ଅନୁମତି ମିଳିଛି । ୧୩.୦୧.୨୦୧୬ରେ ଜଙ୍ଗଲ ଜମି ଉପରେ ନିର୍ମାଣ ଅନୁମତି ମିଳିଥିବାବେଳେ ୨୩.୦୫.୨୦୧୬ରୁ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ ହୋଇଛି ।

    (୨) ଟେଣ୍ଡର ଓ ନିର୍ମାଣ ସ୍ଥିତି

    (କ) ବ୍ରାହ୍ମଣୀ ନଦୀ ଉପରେ ବଡ ସେତୁ (ନମ୍ବର -୧୨) ଏବଂ ରେଙ୍ଗାଲି କେନାଲ ଉପରେ ସେତୁ ( ନମ୍ବର ୨୯ ଏବଂ ନମ୍ବର ୪୧) ନିର୍ମାଣ ପାଇଁ ଠିକା ଅନୁମତି ଦିଆଯାଇଛି ।

    (ଖ) ୧୯ ରୁ ୪୭ କିଲୋମିଟର ପାଇଁ ସଡକ ଓ ଛୋଟ ଛୋଟ ସେତୁ ସହିତ ୩ଟି ଷ୍ଟିଲ ଗ୍ରିଡର ସେତୁ ଏବଂ ୧୯ ରୁ ୬୭ କିଲୋମିଟର ୮ ଟି ସଡକ ଓ ସେତୁପାଇଁ ଠିକା କାର୍ଯ୍ୟ ଦିଆଯାଇଛି ।

    (ଗ) ଆଉ ଗୋଟିଏ ଟେଣ୍ଡର ୬୭ କିଲୋମିଟରର ରୋଡ୍‍-ବେଡ୍‍ କାର୍ଯ୍ୟପାଇଁ ପ୍ରକ୍ରିୟାରେ ଥିବାବେଳେ ଖୁବ୍‍ଶୀଘ୍ର ଏହା ଚୂଡାନ୍ତ ହେବ ।

    (ଘ) ୨୮ଟି ସେତୁପାଇଁ ଠିକା ଅନୁମତି ପ୍ରଦାନ କରାଯାଇଛି ।
     

    (୩) ବୈଧାନିକ/ଅନୁମତି ସ୍ଥିତି : ଜଙ୍ଗଲ ପରବର୍ତ୍ତିତ ପ୍ରସ୍ତାବ

    (୪) ଭିତ୍ତିଭୂମି ନିର୍ମାଣ ସ୍ଥିତି : ବ୍ରାହ୍ମଣୀ ନଦୀ ଉପରେ ପ୍ରମୁଖ ସେତୁ – ୬୪% କାର୍ଯ୍ୟ ଅଗ୍ରଗତି

    (ଘ) ୨୦୧୬ ଜୁନ୍‍ ୩୦ ତାରିଖ ସୁଦ୍ଧା ଏହି ପ୍ରକଳ୍ପରେ ୧୬୭ କୋଟି ୩୦ ଲକ୍ଷ ଟଙ୍କା (ହାରାହାରି) ବ୍ୟୟ ସରିଲାଣି ।

    (ଙ) ଆଉ କିଛି ସୂଚନା : ଓଡିଶା ସରକାର, ଓଏମ୍‍ସି ଓ ଇଡ୍‍କୋର ମିଳିତ ସହାୟତାରେ ଅଂଶଧନ ନେଇ ନିଶ୍ଚିତ ହେବାପରେ ୨୦୧୩-୧୪ ମସିହାରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ।

    ଓଏମ୍‍ସି ପକ୍ଷରୁ ପ୍ରତିଶ୍ରୁତି ଅନୁଯାୟୀ ପୂର୍ଣ୍ଣ ଅଂଶଧନ ବାବଦକୁ ୬୩ କୋଯି ଟଙ୍କା ଯୋଗାଯାଇଛି ଯାହାକି ପରିବର୍ତ୍ତିତ ଇକ୍ୟୁଟି ସେୟାର କ୍ୟାପିଟାଲର ୧୦.

ରେଳବିକାଶ ନିଗମ ଲିମିଟେଡ୍‍ ଓ ଏସ୍‍ଏଲ୍‍ ମାଇନିଂ ଲିମିଟେ୍‍ ମିଳିତ ଭାବେ ୨୫.୦୯.୨୦୦୬ ମସିହାରେ ହରିଦାଶପୁର ପାରାଦୀପ୍‍ ରେଲୱେ କମ୍ପାନୀ ଲମିଟେଡ୍‍ ନାମକ ଏସ୍‍ପିଭି ଗଠନ କରିଛନ୍ତି । ହରିଦାଶପୁର ପାରାଦୀପ୍‍ ରଲୱେ କମ୍ପାନୀ ଲିମିଟେଡ ହେଉଛି ଏକ ବେସରକାରୀ ପବ୍ଲିକ ଲିମିଟେଡ୍‍ କମ୍ପାନୀ । ଆର୍ଥିକ ବିକାଶ ସହିତ ପାରାଦୀପ୍‍ ବନ୍ଦର ଓ ଲୁହାପଥର ପରିପୂର୍ଣ୍ଣ ଥିବା ବଡବିଲ୍‍ ଅଞ୍ଚଳ ଲାଗି ହରିଦାଶପୁର ଓ ପାରାଦୀପ୍‍ ମଧ୍ୟରେ ୮୨ କିଲୋମିଟର ଦୈର୍ଘ୍ୟ ଏକକ ବ୍ରଡ୍‍ ଗଜ୍‍ ରେଳଲାଇନ୍‍ ବିଛାଇବାପାଇଁ ଏହି କମ୍ପାନୀ ଗଠିତ । ଏହି କମ୍ପାନୀର ସେୟାର କ୍ୟାପିଟାଲ ୫୧୦ କୋଟି ଟଙ୍କା ହୋଇଥିବାବେଳେ ୪୮୨ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୯ଟି ରାଷ୍ଟ୍ରାୟତ ବ୍ୟାଙ୍କ୍‍ରୁ ୧୦୯୨ କୋଟି ଟଙ୍କାର ଋଣ ପାଇଁ ୨୦୧୩ ମସିହା ନଭେମ୍ବର ୧୩ ତାରିଖରେ ଋଣ ରାଜିନାମା ସ୍ୱାକ୍ଷରିତ ହୋଇଛି ।

  • (A)ଉଦ୍ୟୋଗୀ ମାନଙ୍କ ଅଂଶଧନ ଅନୁବନ୍ଧନ ସ୍ଥିତି(30.06.2016)
    କ୍ରମିକ ନଂ ଅଂଶଧନକାରୀ ପ୍ରତିଶୃତି (କୋଟିରେ) ବର୍ତ୍ତମାନ ସୁଦ୍ଧା ମିଳିଥିବା ଅର୍ଥ (କୋଟିରେ) ହୋଲିଡିଂ ପ୍ରତିଶତ
    ଆରଭିଏନ୍‍ଏଲ୍‍ 179.69 179.69 35.87
    ଇଡ୍‍କୋ 1.90 1.90 0.38
    ପିପିଟି 53.90 53.90 10.76
    ଇଏମ୍‍ଆଇଏଲ୍‍ 30.00 30.00 5.99
    ଆରଏମ୍‍ଏଲ୍‍ 30.00 30.00 5.99
    ଜେଏସ୍‍ପିଏଲ୍‍ 5.00 5.00 1.00
    ସେଲ୍‍ 5.00 5.00 1.04
    ଏମ୍‍ଏସ୍‍ପିଏଲ୍‍ 15.00 15.00 2.99
    କେନ୍ଦ୍ର ସରକାର 105.70 105.70 21.10
    ୧୦ ଓଏମ୍‍ସି 74.70 74.70 14.91
      ସବୁଦାୟ 500.89 500.89 100.00

     

  • (B) ହରିଦାଶପୁର-ପାରାଦୀପ୍‍ ବ୍ରଡଗଜ୍‍ ରେଲ ଲିଙ୍କ୍‍ର ସ୍ଥିତି
      ଜମି ସ୍ଥିତି

    ମୋଟ୍‍ ଦୂରତା : ୮୨.୩୫୦ କିଲୋମିଟର

    ଜମି ଅଧିଗ୍ରହଣ : ତିନିଟି ଜିଲ୍ଲାରେ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ

    ଜଙ୍ଗଲ ଜମି : ଭୁବନେଶ୍ୱର ଠାରେ ଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଜଙ୍ଗଲ ସଂରକ୍ଷକ ପ୍ରଥମ ପର୍ଯ୍ୟାୟ ‘ଇନ୍‍ ପ୍ରିନ୍‍ସପୁଲ୍‍’ ଜଙ୍ଗଲ ଅନୁମତି ପ୍ରଦାନ କରିଛନ୍ତି ।

    (C) ନିର୍ମାଣ କାର୍ଯ୍ୟ

    Earth & ସେତୁ ନିର୍ମାଣ:
    (କ) ପ୍ୟାକ୍‍-୧ (୦-୪୨.୦୪୦ କିଲୋମିଟର ) କେନ୍ଦ୍ରାପଡା ବାହାରେ ।

    • ୪୨ କିଲୋମିଟର ଅଞ୍ଚଳରେ ନିର୍ମାଣକାର୍ଯ୍ୟ ଜାରି

    କାର୍ଯ୍ୟ ଅଗ୍ରଗତି ୫୦ ପ୍ରତିଶତ
    (ଖ) ପ୍ୟାକ୍‍ -୨ (୪୨.୦୪୦ ସହ ୮.୧୨୦ କିଲୋମିଟର) ପାରାଦୀପ ୟାର୍ଡ:

    • ଖନନ, ବାଲି ଭର୍ତ୍ତି ସହିତ ୧୫ କିଲୋମିଟର ଦୈର୍ଘ୍ୟର ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

    • ୩୩ କିଲୋମିଟର ମଧ୍ୟରୁ ୨୧ କିଲୋମିଟର ଦୈର୍ଘ୍ୟ ଫର୍ମେସନ କାର୍ଯ୍ୟ ଜାରି ।

    • ୬୩ ଟି ଛୋଟ ସେତୁ ମଧ୍ୟରୁ ୩୧ଟିର ନିର୍ମାଣକାର୍ଯ୍ୟ ଜାରି ।

    • ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ମେସର୍ସ ଆଇଭିଆରସିଏଲ୍‍କୁ ଦିଆଯାଇଥିବା ରୋଡ୍‍ ବେଡ୍‍ ନିର୍ମାଣକାର୍ଯ୍ୟକୁ ୨୦୧୫ ଅଗଷ୍ଟ ମାସରେ ବାତିଲ କରାଯାଇଛି । ୩ଟି ସ୍ଥାନରେ ଏହି ପ୍ୟାକେଜ କାର୍ଯ୍ୟ ୩ଜଣ ଠିକାଦାରକୁ ଦିଆଯାଇଥିଲା । ବର୍ତ୍ତମାନ ଏହି ସମସ୍ତ କାର୍ଯ୍ୟ ଜାରି ରହିଛି ।

    ବର୍ତ୍ତମାନ ଏହି ସମସ୍ତ କାର୍ଯ୍ୟ ୩ଟି ପ୍ୟାକେଜରେ ଜାରି ରହିଛି
     

    (D) ସେତୁ ନିର୍ମାଣ


    ବର୍ତ୍ତମାନ ୨୯ଟି ସେତୁର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥି ମଧ୍ୟରୁ ୧୬ଟି ପ୍ରମୁଖ ସେତୁର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ଅନ୍ୟ ୧୩ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ୨୦୧୬ ଅକ୍ଟୋବର ୧୬ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସରିବ ବୋଲି ଆଶା କରାଯାଉଛି ।
     

    (E)

    ବର୍ତ୍ତମାନ ସୁଦ୍ଧା ବ୍ୟୟ :

    ପ୍ରକଳ୍ପର ଅଗ୍ରଗତି

     

     

    ୬୪୦ କୋଟି ୭୦ ଲକ୍ଷ


    ନିର୍ମାଣ : ୫୬%

    ଆର୍ଥିକ : ୫୪.୪%

    • ଓଏମ୍‍ସି ବର୍ତ୍ତମାନ ସୁଦ୍ଧା ୭୪କୋଟି ୭୦ ଲକ୍ଷ ଟଙ୍କା ପ୍ରଦାନ କରିଛି ଯାହାକି ଇକ୍ୟୁଟି କ୍ୟାପିଟାଲ ୫୦୦.୮୯ କୋଟି ଟଙ୍କାର ୧୪.୯୧ ପ୍ରତିଶତ ।

    କାର୍ଯ୍ୟ ସରିବାର ଧାର୍ଯ୍ୟ ତାରିଖ : ଡିସେମ୍ବର ୨୦୧୬

    • ଓଏମ୍‍ସି ବର୍ତ୍ତମାନ ସୁଦ୍ଧା ୭୪କୋଟି ୭୦ ଲକ୍ଷ ଟଙ୍କା ପ୍ରଦାନ କରିଛି ଯାହାକି ଇକ୍ୟୁଟି କ୍ୟାପିଟାଲ ୫୦୦.୮୯ କୋଟି ଟଙ୍କାର ୧୪.୯୧ ପ୍ରତିଶତ ।

 

ନିଜସ୍ୱ ପ୍ରକଳ୍ପ (ମେକାନିକାଲ)

ପ୍ରକଳ୍ପର ବିସ୍ତୃତ ବିବରଣୀ

ଦୈତାରୀ ଲୁହାପଥର ଖଣିରୁ ବାର୍ଷିକ ୨.୫ ନିୟୁତ ଟନ୍‍ ଲୁହାପଥର ଉତ୍ତୋଳନ ଲାଗି ୧୦୦୦ ଟିପିଏଚ୍‍ର ନୂତନ କାରଖାନା ସହିତ ରେଳ ଭିତ୍ତିଭୂମି ଲାଗି ୩୨୦୦ ଟିପିଏଚ୍‍ର ସ୍ୱୟଂଚାଳିତ ୱାଗନ ବୋଝେଇ ବ୍ୟବସ୍ଥା ଲାଗି ଓଏମ୍‍ସି ସ୍ଥିର କରିଛି ।

ବର୍ତ୍ତମାନର ସ୍ଥିତି

ଏହି ପ୍ରକଳ୍ପକୁ ଓଡିଶା ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି

ମେସର୍ସ ଏଲ୍‍ ଆଣ୍ଡ୍‍ ଟିକୁ ଇପିସି ଠିକାଦାର ଭାବେ ନିଯୁକ୍ତ କରାଯାଇଥିବାବେଳେ ମେସର୍ସ ଦସ୍ତୁର୍କୋ କୁ ପ୍ରକଳ୍ପର ବୈଷୟିକ ପରାମର୍ଶ ଦାତାଭାବେ ଦାୟିତ୍ୱ ଦିଆଯାଇଛି । ଏଲ୍‍ ଆଣ୍ଡ ଟି ପକ୍ଷରୁ ପ୍ରକଳ୍ପ ଅଞ୍ଚଳ ସର୍ଭେ କାର୍ଯ୍ୟ ସାରିବା ସହିତ ନକ୍ସା ଓ କାଗଜପତ୍ର ଦାଖଲ କରାଯାଇଛି । ଏହି ନକ୍ସା ଓ ଦସ୍ତାବିଜ୍‍ ଆଧାରରେ ଓଏମ୍‍ସି ଚୂଡାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ୧୦୬.୧୬ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ ଲାଗି ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକଙ୍କ ନିକଟରେ ଦାଖଲ କରାଯାଇଛି ।

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟରୁ ଅନୁମତି ପାଇଲାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ।

ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ

କମ୍‍ ମାନର କ୍ରୋମ ପଥରକୁ ଉଚ୍ଚମାନରେ ପରିଣତ କରିବାପାଇଁ ସାଉଥ୍‍ କାଳିଆପାଣି ଠାରେ ବାର୍ଷିକ ୧୫ ନିୟୁତ ଟନ୍‍ କ୍ଷମତା ବିଶିଷ୍ଟ କ୍ରୋମ ଓର୍‍ ବେନିଫିକେସନ ପ୍ଲାଣ୍ଟ ବସାଇବା ଲାଗି ୩୦.୧୦.୨୦୦୯ ରେ ଓଏମ୍‍ସି ଓ ଏଚ୍‍ଡବ୍ଲ୍ୟୁଆଇପିଏଲ୍‍ ମଧ୍ୟରେ ରାଜିନାମା ହୋଇଥିଲା ।

ବର୍ତ୍ତମାନର ସ୍ଥିତି

ସାଉଥ୍‍ କାଳିଆପାଣିରେ ନୂତନ ସିଓବି ପ୍ଲାଣ୍ଟ ବସାଇବାପାଇଁ ୩୦.୧୦.୨୦୦୯ ରୁ ମେସର୍ସ ଏମ୍‍ବିଇ-ସିଏମ୍‍ଟି (ପୂର୍ବରୁ ଏଚ୍‍ଡବ୍ଲ୍ୟୁଆଇପିଏଲ୍‍) ଠିକାଦାରୀ ପାଇଛି ।

କାର୍ଯ୍ୟ ସାରିବାପାଇଁ ଡିସେମ୍ବର ୨୦୧୫ କୁ ପୁନଃ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ସମ୍ପୃକ୍ତ ସଂସ୍ଥା ସିଭିଲ କାମର ୫୦ ପ୍ରତିଶତ, ଫାବ୍ରିକେସନ କାମର ୭୩ ପ୍ରତିଶତ ଏବଂ ଡିଜାଇନ୍‍ର ୯୩ ପ୍ରତିଶତ କାର୍ଯ୍ୟସାରି କାମ ବନ୍ଦ କରିବା ସହିତ ଓଏମ୍‍ସିକୁ ଅତିରିକ୍ତ ୧୮.୫୧ କୋଟି ଟଙ୍କା ମାଗିଛି । ଟେଣ୍ଡରରେ ଥିବା କାମଠାରୁ ଅଧିକ ହୋଇଥିବା ଦର୍ଶାଇ ଓଏମ୍‍ସିକୁ ଏହି ଅର୍ଥ ମଗାଯାଇଛି ।

୧୩.୧୧.୨୦୧୫ ରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର ୪୧୪ତମ ବୈଠକରେ ଏହି ବିଷୟ ଉପସ୍ଥାପନ କରାଯାଇଥିଲା । ଉପଯୁକ୍ତ ନିଷ୍ପତ୍ତି ଲାଗି ବୋର୍ଡ ପକ୍ଷରୁ ଏହି ବିଷୟ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା ।

ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ

ପୂର୍ବରୁ ଥିବା ସିଓବି ପ୍ଲାଣ୍ଟକୁ ଆଧୁନିକୀକରଣ କରି କମ୍‍ ମାନର କ୍ରୋମପଥରକୁ ଉଚ୍ଚମାନରେ ପରିଣତ କରିବା କାର୍ଯ୍ୟ ତ୍ୱରାନ୍ୱିତ କରିବା ।

ବର୍ତ୍ତମାନର ସ୍ଥିତି

ଆଧୁନିକୀକରଣ କାର୍ଯ୍ୟ ସମାପ୍ତ ହୋଇଛି । ଓଏମ୍‍ସି ଦ୍ୱାରା ଏହାକୁ ଗ୍ରହଣ କରାଯାଇଥିବା ନେଇ ପ୍ରାଥମିକ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ

ପୂର୍ବରୁ ଥିବା ସିଓବି ପ୍ଲାଣ୍ଟ ଓ ନୂତନ ସିଓବି ପ୍ଲାଣ୍ଟରୁ ବାହାରୁ ଥିବା ନିର୍ଗତ ଜଳକୁ ବିଶୋଧନ କରିବା ସହିତ ତହାକୁ ତଳମୁଣ୍ଡରେ ପହଞ୍ଚାଇବାର ବ୍ୟବସ୍ଥା କରିବା ।

ବର୍ତ୍ତମାନର ସ୍ଥିତି
  • ଏନ୍‍ଆଇଟି ପାଇଁ ଠିକାଦାର ଚୟନ କାର୍ଯ୍ୟ ଆରମ୍ଭ ହୋଇଛି ।
  • ଟେଣ୍ଡର ଗ୍ରହଣ କରିବାର ଶେଷ ତାରିଖ ୧୬.୦୮.୨୦୧୬କୁ ବଢାଯାଇପାରେ ଯଦି କୌଣସି ସଂସ୍ଥା ଏଥିପାଇଁ ଅନୁରୋଧ କରନ୍ତି ।
ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ

ସିଓବି ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିବାପରେ ଏହାର ପୁନଃ ପରୀକ୍ଷା କରାଯିବ । ଫ୍ଲୋ ସିଟ୍‍ ପ୍ରତିଷ୍ଠା ହେବାପରେ ଏହାର ପାଇଲଟ୍‍ ପ୍ଲାଣ୍ଟର ପରୀକ୍ଷା ଭୁବନେଶ୍ୱର ଠାରେ ଥିବା ଆଇଆଇଏମ୍‍ଟି ଦ୍ୱାରା ହେବ ।

ବର୍ତ୍ତମାନର ସ୍ଥିତି

ଜାମସେଦପୁର ସ୍ଥିତ ଜାତୀୟ ଧାତୁ ପରୀକ୍ଷାଗାର (ଏନ୍‍ଏମ୍‍ଏଲ୍‍) କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଏହା ଅଗ୍ରଗତିରେ ଚାଲିଛି ।

ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ

ଓଏମ୍‍ସି ତାହାର କୁରୁମିତର ଖଣିର ଉତ୍ପାଦନ କ୍ଷମତା ବାର୍ଷିକ ୬ ନିୟୁତ ମେଟ୍ରିକ ଟନ୍‍କୁ ବୃଦ୍ଧିପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ଏହି ୬ନିୟୁତ ମେଟ୍ରିଟନ୍‍ କିଭଳି ଉପଯୁକ୍ତ ଭାବେ ଖନନ କରାଯିବ ସେ ସଂକ୍ରାନ୍ତରେ ଚିନ୍ତା କରାଯାଉଛି ।

ବର୍ତ୍ତମାନର ସ୍ଥିତି

ଏହି ପ୍ରକଳ୍ପ ପାଇଁ ମେସର୍ସ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ (ଇଆଇଏଲ୍‍) ବୈଷୟିକ ପରାମର୍ଶଦାତା ଅଟେ । ୯.୩.୨୦୧୫ ରେ ଇଆଇଏଲ୍‍ ସପକ୍ଷରେ ଏଲ୍‍ଓଆଇ ଜାରି ହୋଇଛି । ରେଳ ପରିବହନ, ବୈଜ୍ଞାନିକ ଅଧ୍ୟୟନ, ମୃତ୍ତିକା ଯାଞ୍ଚ ଏବଂ ସ୍ଥାନୀୟ ଅଞ୍ଚଳ ସଂକ୍ରାନ୍ତରେ ସର୍ଭେକାର୍ଯ୍ୟ ଆଗେଇ ଚାଲିଛି ।

ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ

ଗନ୍ଧମାର୍ଦ୍ଦନ-ବି ଖଣିରେ ବାର୍ଷିକ ୯.୧୨ ନିୟୁତ୍‍ ମେଟ୍ରିକ ଟନ୍‍ ପ୍ରକଳ୍ପ ଲାଗି ଓଏମ୍‍ସି ସ୍ଥିର କରିଛି । ଏଠାରେର ଥିବା କମ୍‍ ମାନର ସାମଗ୍ରୀ ଏବଂ ଫାଇନ୍ସରୁ କିଭଳି ଅଧିକ ଲାଭ ମିଳିବ ଓ ତାହାର ବଜାର ବ୍ୟବସ୍ଥା କରିହେବ ସେଥିପାଇଁ ଓଏମ୍‍ସି ଏହି ପ୍ରକଳ୍ପ ହାତକୁ ନେଇଛି ।

ବର୍ତ୍ତମାନର ସ୍ଥିତି

ଏହି ପ୍ରକଳ୍ପ ଲାଗି ରାଞ୍ôଚ ସ୍ଥିତ ମେକନ କମ୍ପାନୀ ବୈଷୟିକ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି । ଏଠାରେ ଦୁଇ ପ୍ରକାର ବ୍ୟବସ୍ଥା “କ୍ରସିଂ, ସ୍କ୍ରିନିଂ ଆଣ୍ଡ ଇଭାକୁଏସନ” ଏବଂ କ୍ରସିଂ, ସ୍କ୍ରିନିଂ, ବେନିଫିକେସନ, ପେଲେଟ ଆଣ୍ଡ ଇଭାକୁଏସନ” ଲାଗି ମେକନ ତାହାର ଟିଇଏଫ୍‍ଆର ରିପୋର୍ଟ ଦାଖଲ କରିଛି । ମେକନ ମଧ୍ୟ ଦୁଇ ପ୍ରକାର ଅର୍ଥ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଛି । (କ) ୧୦୦% ଇକ୍ୟୁଟି (ଖ) ୬୭% ଋଣ : ୩୩% ଇକ୍ୟୁଟି । ଏହି ପ୍ରସ୍ତାବ ନିର୍ଦ୍ଦେଶକ ବୋର୍ଡର ୪୧୪ତମ ବୈଠକରେ ଉପସ୍ଥାପନ କରାଯାଇଛି । ବୋର୍ଡ ପକ୍ଷରୁ “କ୍ରସିଂ, ସ୍କ୍ରିନିଂ ଆଣ୍ଡ ଇଭାକୁଏସନ” କ୍ଷେତ୍ରରେ କେବଳ ୬୭% ଋଣ ଏବଂ ୩୩% ଇକ୍ୟୁଟି ଉପରେ ବିଚାର ଲାଗି ଅନୁମୋଦନ କରିଛନ୍ତି । ମୋଟ୍‍ ହିସାବ ୧୩୪୮.୪୭ କୋଟି ଟଙ୍କା ହୋଇଥିବାରୁ ବୋର୍ଡ ପକ୍ଷରୁ ସରକାରଙ୍କ ଅନୁମତି ପାଇଁ ସୁପାରିଶ୍‍ କରାଯାଇଛି । ଓଡିଶା ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ପିଏସିକୁ ପଠାଇ ଦିଆଯାଇଛି । ଓଏମ୍‍ସି ପକ୍ଷରୁ ‘ପଲିସି କର୍ପୋରେଟ ସୋସିଆଲ ରେସ୍‍ପନ୍ସବିଲିଟି’ ଯୋଜନା ପ୍ରସ୍ତୁତ କରାଯାଇଛି ଯେଉଁଥିରେ କି ଗତ ତିନିବର୍ଷର ନିଟ୍‍ ଲାଭର ୨ପ୍ରତିଶତ ଅର୍ଥ ସିଏସ୍‍ଆର କାର୍ଯ୍ୟପାଇଁ ବ୍ୟୟ କରାଯିବାକୁ ସ୍ଥିର ହୋଇଛି ।