ବିଗତ ୫ବର୍ଷ ଧରି ଓଏମ୍ସି ନିୟମିତ ଭାବେ ଖଣିଜ ସମ୍ପଦ ଉତ୍ତୋଳନ କରିଆସୁଛି । ଲୁହାପଥର ଉତ୍ପାଦନ ନିୟମିତଭାବେ ବଢିବାରେ ଲାଗିଛି । ୨୦୦୫-୦୬ ରେ ୩୪ଲକ୍ଷ ମେଟ୍ରିକ ଟନ୍ ଲୁହାପଥର ଉତ୍ପାଦନ ହୋଇଥିବାବେଳେ ୨୦୦୮-୦୯ ରେ ତାହା ୮ନିୟୁତ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି । ଅନୁରୂପ ଭାବେ ଗତ ୫ବର୍ଷ ମଧ୍ୟରେ କ୍ରୋମପଥର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି ।
ବର୍ତ୍ତମାନ ସମଗ୍ର ରାଜ୍ୟରେ ଉତ୍ପାଦନ ହେଉଥିବା ଲୁହାପଥରର ୧୦% ଓଏମ୍ସି କରୁଥିବାବେଳେ କ୍ରୋମପଥର ୩୦% ଓଏମ୍ସି ଉତ୍ପାଦନ କରୁଛି । ଦୈତାରୀ, ଗନ୍ଧମାର୍ଦ୍ଦନ ଏବଂ ଖଣ୍ଡାଧାରର କୁର୍ମିତାର ଓଏମ୍ସିର ପ୍ରମୁଖ ଲୁହାପଥର ଖଣି ହୋଇଥିବାବେଳେ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣି ଓଏମ୍ସିର ଏହି ତାଲିକାରେ ରହିଛି । ବାଙ୍ଗୁର କ୍ରୋମ ପଥର ଖଣି ହେଉଛି ଓଏମ୍ସିର ପ୍ରଥମ ଏବଂ ଏକମାତ୍ର ଭୂତଳଖଣି ।
ବିଗତ ୫ବର୍ଷ ମଧ୍ୟରେ ଖଣି ଉତ୍ପାଦନ ହୋଇଥିବା ସମସ୍ତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।